odia grammar notes dhwani , barna
ଧ୍ୱନି –
ପ୍ରକୃତି ରାଜ୍ୟରେ ସବୁବେଳେ କିଛି ନା କିଛି ଧୂନି ସୃଷ୍ଟି ହେଉଥାଏ । ଝରଣା ଝରିଲେ (ଝରଝର), ପବନ ବହିଲେ (ସୁସ୍), ପତ୍ରରେ ପତ୍ର ଘଷି ହେଲେ (ମର୍ମର), ଡାଳରେ ଚାଳ ବାଜିଲେ ବା ଘଷି ହେଲେ (ମଡ୍ମଜ୍), ଘଡ଼ଘଡ଼ି ମାରିଲେ (ଘଡ୍ଘଡ୍) ଏପରି କେତେ କ’ଣ ଧ୍ବନି ହୁଏ । ଗୋଟିଏ କଠିନ ପଦାର୍ଥରେ ଆଉ ଗୋଟିଏ କଠିନ ପଦାର୍ଥ ବାଜିଲେ ଧ୍ବନି ସୃଷ୍ଟି ହୁଏ । ପ୍ରତ୍ୟେକ ଜୀବ ନିଜ ନିଜର ମନର ଭାବକୁ ପ୍ରକାଶ କରିବା ପାଇଁ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥାନ୍ତି ଏବଂ ବିଭିନ୍ନ ଧ୍ବନିର ପ୍ରୟୋଗ କରିଥାନ୍ତି । ଭାଷା ପ୍ରକାଶିତ ହେବାପାଇଁ ଦୁଇଟି ରୂପ ଗ୍ରହଣ କରିଥାଏ । ଗୋଟିଏ ହେଉଛି କଥିତ ରୂପ ଓ ଅନ୍ୟଟି ଲିଖୀତ ରୂପ । ଯେତେବେଳେ ଧ୍ବନି ଲିଖୁତରୂପ ଧାରଣ କରେ ତାକୁ କହନ୍ତି ବର୍ଣ୍ଣ। ବର୍ଣ୍ଣର ଅନ୍ୟ ନାମ ଲିପି । ବର୍ଣ୍ଣ ଲିପି ଏକ ନିର୍ଦ୍ଦିଷ୍ଟ ରୂପ ବା ଆକୃତି, ରଙ୍ଗ ଗ୍ରହଣ କରିଥାଏ । ବର୍ଣ୍ଣ ବା ଲିପିକୁ ଦେଖୁ ହୁଏ । ବର୍ଣ୍ଣ ବା ଲିପିର ଅଦୃଶ୍ୟ ରୂପକୁ ଧ୍ବନି କୁହାଯାଏ ।
ଭାଷାର ସର୍ବନିମ୍ନ ଏକକକୁ ଧ୍ବନି କହନ୍ତି । ଏହି ଧ୍ବନି ପଦ୍ଧତି ବଦ୍ଧ ଭାବରେ ମଣିଷ ମୁହଁରୁ ପ୍ରକାଶିତ ହୋଇଥାଏ ।। ମଣିଷ ବୁଦ୍ଧି ମାନ୍ ପ୍ରାଣୀ ହୋଇଥିବାରୁ ଧୂନି କୁ ରୁପଦେବାପାଇଁ ବାହାର କଲା ବର୍ଣ୍ଣ ବା ଲିପି । ଲେଖୁ ବା ଉଦ୍ଦେଶ୍ୟରେ ଧୂନିକୁ ବର୍ଷ ବା ଲିପି ରୂପ ଦିଆଗଲା ।
ଧ୍ୱନି ଓ ବର୍ଣ୍ଣ ମଧ୍ୟରେ ପ୍ରଭେଦ କ‘ଣ ?
ମୁହଁରୁ ଉଚ୍ଚାରିତ ହେଲେ ତାହା ଧୁନି । ଧ୍ବନିର ଲିଖୁତ ରୂପ ହେଉଛି ବର୍ଣ୍ଣ । ସୁତରୀ ବର୍ଣ୍ଣ ଅର୍ଥ ରୂପ ବା ଚିହ୍ନ । ଅ, ଆ, କ, ଖ ପ୍ରଭୃତି କହିବାବେଳେ ଧ୍ବନି ସୃଷ୍ଟି ହୁଏ । ଆମେ ସେହି ଧୂନିକୁ ଶୁଣି ଅ, ଆ, କ, ଖ ପ୍ରଭୃତି ରୂପରେ ଲେଖୁ ରଖୁ । ଯାହା ଲେଖୁ ରଖୁ ତାହା ବର୍ଣ୍ଣ ବା ଲିପି । ବର୍ଣ୍ଣ ବା ଲିପି. ଅନେକ ଦିନ ପର୍ଯ୍ୟନ୍ତ ସ୍ଥାୟୀ ଭାବରେ ରହିଥାଏ । ଆମେ ସେଗୁଡ଼ିକୁ କହୁ ଅକ୍ଷର ‘ଅର୍ଥାତ୍’ ନ କ୍ଷର = ଅକ୍ଷର ।
ବର୍ଣ୍ଣ କୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା ।
(୧) ସ୍ଵର ବର୍ଣ୍ଣ
(୨) ବ୍ୟଞ୍ଜନ ବର୍ଣ୍ଣ
ସ୍ଵରବର୍ଣ୍ଣ : ଯେଉଁ ଧ୍ୱନିଗୁଡ଼ିକ ଅନ୍ୟର ସାହାଯ୍ୟ ନନେଇ ଆପେ ଆପେ ଉଚ୍ଚାରିତ ହୁଅନ୍ତି, ସେଗୁଡ଼ିକ ସ୍ଵରବର୍ଣ୍ଣ । ସ୍ଵରବର୍ଣ ୧୧ଟି । ଯଥା:ଅ, ଆ, ଇ, ଈ, ଭ, ଇ, ଉ, ଏ, ଐ, ଓ, ଔ । ସ୍ଵରବର୍ଣ୍ଣ ଦୁଇପ୍ରକାର (୧) ଶୁଦ୍ଧସ୍ବର (୨) ସଂଯୁକ୍ତ ସ୍ଵର
ଶୁଦ୍ଧସ୍ପର : ଯେଉଁ ସ୍ବରଧ୍ବନି ଉଚ୍ଚାରଣବେଳେ ଜିହ୍ନା ଓ ଓଠରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ସେଗୁଡ଼ିକୁ ଶୁଦ୍ଧସ୍ଵର | ଯଥା :- ଅ, ଆ, ଇ, ଶ, ଉ, ଭ, ର, ଏ, ଓ ।
ସଂଯୁକ୍ତ ସ୍ଵର :ଯେଉଁ ସ୍ବରଧ୍ବନି ଉଚ୍ଚାରଣବେଳେ କିହୁ ଓ ଓଠରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ, ତାକୁ ସଂଯୁକ୍ତ ସ୍ଵର କହନ୍ତି । ଯଥା:- ଏ (ଅ + ଇ), ଓ (ଅ + ଉ) ସଂଯୁଇ ସ୍ଵରକୁ ମିଶ୍ରିତ ସ୍ବର ମଧ କହନ୍ତି । କାରଣ ଏକା ସ୍ବର ଧ୍ବନିରେ ସେଗୁଡ଼ିକ ଉଚ୍ଚାରିତ
ବ୍ୟଞ୍ଜନ ବର୍ଣ୍ଣ :
ଯେଉଁ ଧ୍ୱନିଗୁଡ଼ିକ ସ୍ଵର ବର୍ଣ୍ଣର ସାହାଯ୍ୟ ବ୍ୟତୀତ ଉଚ୍ଚାରିତ ହୋଇପାରନ୍ତି ନାହିଁ, ସେଗୁଡ଼ିକୁ ବ୍ୟଞ୍ଜନ ବର୍ଣ୍ଣ କହନ୍ତି । ଯଥା:କ, ଖ, ଗ, ଘ, ଡ, ଚି, ଛି, ଛି, ଝା, , ଟି, o, ଡ, ବ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ର, ଳ, ଓ, ଶ, ଷ, ସ, ହୁ, କ୍ଷ ।
ଉଦାହରଣ :- କ’ ବର୍ଣ୍ଣ ଉଚ୍ଚାରଣ କଲେ ‘କୁ’ ସହିତ । “ଅ” ସ୍ଵର ବର୍ଣ୍ଣର ସାହାଯ୍ୟ ଲୋଡ଼ିବାକୁ ହୁଏ ।
ସେହିପରି ଖ = ଖ + ଅ, ଗ = ଗ + ଅ,
ଆଶ୍ରୟୀ ସ୍ଵର :ବ୍ୟଞ୍ଜନ ଧୁନିଗୁଡ଼ିକ ନିଜେ ଉଚ୍ଚାରିତ ହୋଇପାରନ୍ତି ନାହିଁ । ସ୍ବରକୁ ଆଶ୍ରୟ କରି ଏଗୁଡ଼ିକ ଭଚ୍ଚାରିତ ହୁଅନ୍ତି ।
ଆଶ୍ରୟୀ ସୃର କାହାକୁ କୁହାଯାଏ ?
ବ୍ୟଞ୍ଜନ ଧୂନି ଗୁଡ଼ିକ ସ୍ବରକୁ ଆଶ୍ରୟ କରି ଉଚ୍ଚାରିତ ହେଉଥିବାରୁ ସୂରଗୁଡ଼ିକୁ ଆଶ୍ରୟୀ ସ୍ଵର କୁହାଯାଏ ।
ଆଶ୍ରୟୀ ସ୍ଵର କେତେ ପ୍ରକାର ଓ କଣ କଣ ?
ଆଶ୍ରୟୀ ସ୍ଵର ଦୁଇ ପ୍ରକାର
(୧) ପୂର୍ବ ଆଶ୍ରୟୀ ସ୍ଵର
(୨) ପର ଆଶ୍ରୟୀ ସ୍ଵର
ପୂର୍ବ ସ୍ଵରକୁ ଆଶ୍ରୟ କରି ବ୍ୟଞ୍ଜନ ଧ୍ବନି ଉଚ୍ଚାରିତ ହେଲେ ସେହି ସ୍ପରକୁ ପୂର୍ବ ଆଶ୍ରୟୀ ସ୍ଵର କୁହାଯାଏ । ଆଶ୍ରୟୀ ସ୍ଵର ପରେ ଥିବା ବ୍ୟଞ୍ଜନ ନି ହଳନ୍ତ ଯୁକ୍ତ ହୋଇଥାଏ
ସ୍ଵର ଓ ବ୍ୟଞ୍ଜନ ଧ୍ବନି ମଧ୍ୟରେ ପାର୍ଥକ୍ୟ କଣ ?
ସ୍ବର ଧ୍ବନି ସର୍ବଦା ସ୍ବାଧୀନ କାହାର ଆଶ୍ରୟ ନ ନେଇ ଏଗୁଡ଼ିକ ଉଚ୍ଚାରିତ ହୋଇଥାନ୍ତି । ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଧ୍ବନି ଗୁଡ଼ିକ ସ୍ବର ଧ୍ବନି |
ବ୍ୟଞ୍ଜନ ଧ୍ବନିଗୁଡ଼ିକ ସର୍ବଦା ସ୍ବର ଧ୍ବନି ଉପରେ ନିର୍ଭରଶୀଳ । ତେଣୁ ବିନା ସ୍ବରର ସାହାଯ୍ୟରେ ଏଗୁଡ଼ିକ ଉଚ୍ଚାରିତ ହୁଅନ୍ତି ନାହିଁ । ଏଗୁଡ଼ିକ ସର୍ବଦା ଆଶ୍ରୟୀ ସ୍ଵର ଦରକାର କରନ୍ତି ।
ବ୍ୟଞ୍ଜନ ବର୍ଣ୍ଣର ବିଭାଗୀକରଣ
ଯେଉଁ ଧ୍ବନିଗୁଡ଼ିକ ସ୍ବରଧ୍ବନିର ବିନା ସାହାଯ୍ୟରେ ଉଚ୍ଚାରିତ ହୋଇ ପାରନ୍ତି ନାହିଁ, ସେଗୁଡ଼ିକ ବ୍ୟଞ୍ଜନ ଧ୍ବନି । ବ୍ୟଞ୍ଜନ ଧ୍ବନିର ଲିତ ରୂପ ବ୍ୟଞ୍ଜନ ବର୍ଣ୍ଣ । ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ସାଧାରଣତଃ ୨ ଭାଗରେ ବିଭକ୍ତ । –
(୧) ବର୍ଗ ବ୍ୟଞ୍ଜନ
(୨) ଅବଗ୍ୟ ବ୍ୟଞ୍ଜନ
ବଗ୍ୟ ବ୍ୟଞ୍ଜନ :
ଯେଉଁ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ଉଚ୍ଚାରଣ କଲାବେଳେ କଣ୍ଡ, ତାଳୁ, ମୂର୍ବା, ଦନ୍ତ କିମ୍ବା ଓଷକୁ ବର୍ଷ କରିଥାଏ ସେଗୁଡ଼ିକୁ ବର୍ଗ ବ୍ୟଞ୍ଜନ ବର୍ଣ୍ଣ କହନ୍ତି । “କ’ ଠାରୁ ‘ମ’ ପର୍ଯ୍ୟନ୍ତ ୨୫ଟି ବର୍ଣ୍ଣ
ବଗ୍ୟ ବ୍ୟଞ୍ଜନ । ଉଚ୍ଚାରଣ ସ୍ଥାନ ଅନୁସାରେ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ୫ ଭାଗରେ ବିଭକ୍ତ ।
(୧) ‘କ’ ବର୍ଗ – କ, ଖ, ଗ, ଘ, ଡ– କଣ୍ଠବର୍ଣ୍ଣ (ଉଚ୍ଚାରଣ ସ୍ଥାନ କଣ୍ଠରୁ) ।
(୨) ‘ଚ’ ବର୍ଗ – ଚ, ଛ, ଜ, ଝ, 8 – ତାଲବ୍ୟ ବର୍ଣ୍ଣ (ଉଚ୍ଚାରଣ ସ୍ଥାନ ତାଳୁ’ରୁ)
(୩) ଟ’ ବର୍ଗ – ଟ, ଠ, ଡ଼, ଢ, ଣ – ମୁର୍ଧ୍ୟନ୍ୟ ବର୍ଣ୍ଣ (ଉଚ୍ଚାରଣ ସ୍ଥାନ ମୂର୍ଦ୍ଧା ରୁ (ଉପର ଦାନ୍ତର ମାଢିରୁ)
(୪) ତ’ ବର୍ଗ – ତ, ଥ, ଦ, ଧ, ନ – ଦନ୍ତ୍ୟ ବର୍ଣ୍ଣ (ଉଚ୍ଚାରଣ ସ୍ଥାନ ଦାନ୍ତରୁ)
(୫) “ପ ବର୍ଗ – ପ, ଫ, ବ, ଭ, ମ – ଓ଼ଷ୍ଠ ବର୍ଣ୍ଣ (ଜଚ୍ଚାରଣ ସ୍ଥାନ ଓଠ ରୁ)
ଅବଗ୍ୟ ବ୍ୟଞ୍ଜନ :
୨୫ଟି ବର୍ଗ ବ୍ୟଞ୍ଜନ (କ’ ଠାରୁ ‘ମ’ ପର୍ଯ୍ୟନ୍ତ) କୁ ବାଦ ଦେଲେ ଅନ୍ୟ ବ୍ୟଞ୍ଜନଗୁଡ଼ିକ ‘ଅବର୍ଗ ବ୍ୟଞ୍ଜନ । ଅବର୍ଗ ବ୍ୟଞ୍ଜନ ୩ ଭାଗରେ ବିଭକ୍ତ ।
(୧) ଅନ୍ତସ୍ଥ ବର୍ଣ୍ଣ
(୨) ଉଷ୍ଣ ବର୍ଣ୍ଣ
(୩) ଅଯୋଗବାହ ବର୍ଣ୍ଣ
ଉପଧ୍ବନି :
ଧ୍ବନିର ନିକଟତର ବା ପ୍ରାୟ ଅନୁରୂପ ଧ୍ଵନିକୁ ଉପନି କହନ୍ତି ।
ଯୁକ୍ତ ବ୍ୟଞ୍ଜନ କ’ଣ ?
ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ ସହିତ ଆଉ ଏକ ବା ଏକାଧୁକ ବ୍ୟଞ୍ଜନ ବର୍ଣ୍ଣ ମିଶି ଯେଉଁ ବର୍ଣ୍ଣ ସୃଷ୍ଟି ହୁଏ ତାକୁ ଯୁକ୍ତବ୍ୟଞ୍ଜନ କହନ୍ତି । ଯେଉଁ ବର୍ଣ୍ଣ ସହିତ ଅନ୍ୟ ବ୍ୟଞ୍ଜନ ମିଶେ ସେହି ବର୍ଣ୍ଣଟି ହଳନ୍ତ ଯୁକ୍ତ ହୋଇଥାଏ । ଅନ୍ୟ ବର୍ଣ୍ଣଗୁଡ଼ିକ ତାହାର ଡାହାଣ ପାଖରେ ରହିଥାନ୍ତି ।..
ସ୍ଵତନ୍ତ୍ରଯୁକ୍ତି ବ୍ୟଞ୍ଜନ କ’ଣ ?
ବର୍ଗୀବର୍ଷ ୨୫ଟି ‘କ’ ଠାରୁ ‘ମ’ ପର୍ଯ୍ୟନ୍ତ । ଏଗୁଡ଼ିକର ଉଚ୍ଚାରଣ ସ୍ଥାନ ଅନୁସାରେ ଏହାକୁ ୫ ଭାଗରେ ବି ଭକ୍ତ କରାଯାଇଛି । ବର୍ଗର ୫ମ ବିଗୁଡ଼ିକୁ ଅନୁନାସିକ ବା ନାସିକ ବର୍ଣ୍ଣ (ନି) କହନ୍ତି । ବର୍ଗର ୫ମ ବର୍ଣ ସେହି ବର୍ଗର ଅନ୍ୟାନ୍ୟ ବର୍ଣ୍ଣ ସହିତ ମିଶି ଯେଉଁ ନୂତନ ବର୍ଣ ସୃଷ୍ଟି ହୁଏ ତାହାକୁ ସ୍ବତନ୍ତ୍ର ଯୁକ୍ତ ବ୍ୟଞ୍ଜନ କୁହାଯାଏ । ଉଭୟ ବର୍ଣ୍ଣରୁ କିଛି କିଛି ଅଂଶ ମିଶି ସ୍ବତନ୍ତ୍ର ଯୁକ୍ତ ବ୍ୟଞ୍ଜନର ସୃଷ୍ଟି