Odia Grammar Rudhi with 400+ Example
ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ ଏଠି ଆମେ ଓଡ଼ିଆ ଗ୍ରାମର ( odia grammar) ବିଷୟରେ ଡିସ୍କସ କରିଛୁ | ଓଡ଼ିଆ ଗ୍ରାମାର ରୂଢି ତାର ପ୍ରକାର (Odia Grammar rudhi) ,Odia Grammar rudhi ଆପଣଙ୍କ ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଯଦି ଆପଣ ମାନେ ଓଡିଶା ପ୍ରତିଯୋଗୀ ପରୀକ୍ଷା ପାଇଁ ତିଆରି କରୁଛନ୍ତି ଓଡ଼ିଆ ଗ୍ରାମାର ( odia grammar rudhi) ଟୋପିକ ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ| ଓଡ଼ିଶାର ପ୍ରତିଯୋଗୀ ପରୀକ୍ଷା CT, BED, OTET, OSSTET, CTET, OAS, ASO, OPSC, OSSC, OSSSC , RI , AMIN, ODISHA FOREST GUARD ଏସବୁ ପରୀକ୍ଷା ପାଇଁ ସାହାଯ୍ୟ କରିବ | ପ୍ରତିଦିନ ଏହି ୱେବସାଇଟ କୁ ଭିଜିଟ କରନ୍ତୁ |
Odia Grammar Rudhi with 400+ Example
କ୍ରିୟାଯୁକ୍ତ ( ତୁଳନାତ୍ମକ ) ରୂଢି
ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରିବା – ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରୁଥାଏ |
କୁକୁର ପରି ଧାଇଁବା – ଟଙ୍କା କେଇଟା ପାଇଁ ଲୋଭରେ ସେ କୁକୁର ପରି ଧାଉଁଛି |
ଖୁଣ୍ଟଟା ପରି ଠିଆହେବା – ବସିବାରୁ କହିଲି, ନବସି ଖୁଣ୍ଟଟାପରି ଠିଆହୋଇ ରହିଲୁ କାହିଁକି ?
ଗଡ଼଼ପରି ପଡିବା/ଢିଙ୍କିପରି ପଡିବା – ଲୋକଟା ଗଡପରି ପଡିଛି, ପଦେ ବି ଜବାବ ନାହିଁ |
ଛୁଞ୍ଚିପରି ମୁହଁକରିବା – ସବୁବେଳେ ଛୁଞ୍ଚିପରି ମୁହଁକଲେ କିଏ ତୋତେ ଭଲପାଇବ ?
ଜୋକପରି ଲାଗିବା – ଯେଉଁମାନେ କର୍ମଠ, ସେମାନେ ସର୍ବଦା ଜୋକପରି ଲାଗିଥାନ୍ତି |
ପେଡିପରି ମୁହଁ କରିବା / ଫୁଲାଇବା – ସତକଥା କହିବାରୁ ସେ ପେଡିପରି ମୁହଁ ଫୁଲାଇ ବସିଛି |
ପବନପରି ଧାଇଁବା – କିଏ ବିପଦରେ ପଡିଛି ଶୁଣିଲେ, ତାକୁ ସାହାଯ୍ୟ କରିବାପାଇଁ ସେ ପବନପରି ଧାଇଁଛନ୍ତି
ପ୍ରସାଦ ପରି ପାଅଦେବା – ଭାତ ବଢାହେଉ ହେଉ ସେ ପ୍ରସାଦପରି ପାଇଦେଲା |
ବରଡା ପତ୍ରପରି ଥରିବା – ପିଲାଟିର ମିଛକଥା ଜଣା ପଡିଯିବାରୁ ବାପାଙ୍କ ଆଗରେ ସେ ବରଡାପତ୍ରପରି ଥରୁଛି|
ସାପପରି ଫଁ ଫଁ ହେବା – ବାଳକ ଅଭିମନ୍ୟୁ ସପ୍ତରଥୀଙ୍କ ସହିତ ସିଂହପରି ଯୁଝିଥିଲେ |
ଶୁଆପରି ଘୋଷିବା –ଗୀତ ତା ମନକୁ ଏମିତି ପାଅଛି ଯୋ ଦିନରାତି ଶୁଆପରି ଘୋଷିହେଉଛି |
Odia Grammar Rudhi with 400+ Example
ଋଢି (RUDHI) | ଅର୍ଥ (Artha / meaning) | ବାକ୍ୟରେ ବ୍ୟବହାର (bakya re byabahara / use in sentence) |
ଅହନ୍ତା ରଖିବା / ଅକସ ରଖିବା (Ahanta rakhiba / akas rakhiba) |
ପ୍ରତିହିଂସା ମନୋଭାବ ପୋଷଣ କରିବା (Prati hinsa manobhaba posana kariba) |
ସାଧୁଲୋକଙ୍କ ପ୍ରତି ଅହନ୍ତା ରଖିଲେ କିଛି ଫଳହୁଏ ନାହିଁ | (sadhu lokanka prati ahanta rakhile kichi fala hua nahi ) |
ଅନ୍ଧାରକୁ ଟେକା ପକାଇବା / ଅନ୍ଧାରଘରେ ବାଡିବୁଲାଇବା (andharaku teka pakaiba / andharare badibulaiba) |
ଅନୁମାନକରି କହିବା (anumana kari kahiba) |
ପ୍ରକୃତ ପାଠନଜାଣି ଧୀରେନ୍ଦ୍ର ଉପରେ ରାଗିଲେ | (prakuta patha na jani dhirendra upare ragile) |
ଆଖିରଖିବା (akhi rakhiba) |
ଲକ୍ଷ୍ୟରଖିବା / ଯତ୍ନନେବା (lakhya rakhiba / jatna neba) |
କଳାଧନ ରଖିଥିବାରୁ ଦୁର୍ନୀତିନିବାରଣ ବିଭାଗର କର୍ମକର୍ତ୍ତାମାନେ ତାଙ୍କଉପରେ ଆଖି ରଖିଛନ୍ତି | (kaladhana rakhi thibaru durniti nibarana bibhagara karmakartamane tanka upare akhi rakhi chanti) |
ଆଖିଦେବା / ଦୃଷ୍ଟିପକାଇବା (akhi dekhiba / drustipakaiba) |
ବିଷ ଦୃଷ୍ଟିରେ ଦେଖିବା / ଲୋଭକରିବା (bisa drustire dekhiba / lobhakariba) |
ପର ଦ୍ରବ୍ୟକୁ ଆଖିଦେବା ଠିକ୍ ନୁହେଁ | (para drabyaku akhi deba thik nuhe) |
ଆଖିବୁଲାଇବା (akhibulaiba) |
ମୋଟାମୋଟି ଦେଖିବା (motamoti dekhiba) |
ପରୀକ୍ଷାକୁ ଯିବା ପୂର୍ବରୁ ବ୍ୟାକରଣ ବହି ଉପରେ ଟିକିଏ ଆଖି ବୁଲାଇଦେବ | (parikhyaku jiba purbaru byakarana bahi upare tikia akhi bulaidabu) |
ଆଖିବୁଜିବା (akhibujiba) |
ମରିବା (mariba) |
ବାପ ଆଖିବୁଜିବାର ମାସ ଦୁଇଟାହୋଇନି, ପୁଅମାନେ ଭିନ୍ନ ହୋଇଗଲେ | (bapa akhibujibaru masa duita hoini, pua mane bhinna hoigale) |
ଆଖିକି ପାଇବା (akhiki paiba) |
ପସନ୍ଦ କରିବା (pasanda kariba) |
ବାପା ଆଣିଥିବା ଜିନିଷ ଗୋପାଳର ଆଖିକି ପାଇଲାନି | (bapa anithiba jinisa gopalara akhiki pailani) |
ଆଖିପାଇବା (akhi paiba) |
କଳନା କରିବା (kalana kariba) |
ନିର୍ମଳ ତ ଅଷ୍ଟମ ଶ୍ରେଣୀରେ ପଢିଲାଣି ଏକୁଟିଆ କଟକ ଯିବାକୁ ତାକୁ ମନା କରୁଛ କାହିଁକି ? |ଚାରିଆଡୁ ତା ଆଖିପାଇଗଲାଣି| (nirmala ta astama padhilani akutia kataka jibaku taku mana karucha kahinki? Chariadu ta akhipailani) |
ଆଡଆଖିରେ ନଚାହିଁବା (adaakhire na chahinba) |
ସାମାନ୍ୟ ଦୃଷ୍ଟିନଦେବା / ସମ୍ପର୍କ ନରଖିବା (samanya drusti na deba / samparka na rakhiba) |
ମୁଁ ତୁମର କିଦୋଷ କରିଛି ଯେ ଆଡଆଖିରେ ବି ଚାହୁଁନା | (mu tumara kidosa karichi je ada akhire bi chahuna) |
ଆଖିଖୋଲିଦେବା (akhi kholideba) |
ଜାଗ୍ରତ କରାଇଦେବା (jagrata karaiba) |
ମହାପୁରୁଷର ଜୀବନୀ ଅଧ୍ୟୟନକଲେ ମଣିଷର ଆଖିଖୋଲିଯାଏ| ଗୀତା ଅଧ୍ୟୟନ ମଣିଷର ଆଖିଖୋଲିଦିଏ | (mahapurusara jibani adhyana kale manisara akhi kholijai. Gita adhyana manisara akhi kholidia) |
ଉଷନାଧାନ ଗଜାହେବା (usana dhana gaja heba) |
ଅସମ୍ଭବ ସମ୍ଭବହେବା (asambhaba sambhaba heba) |
ମୁମୂର୍ଷୁ ଅବସ୍ଥାରେ ପଡିଥିବା କର୍କଟ ରୋଗୀଟି ସତେକ’ଣ ବଞ୍ଚିବ ନା ଉଷୁନାଧାନ ଗଜାହେବ ! (murmusu abasthare padithiba karkata rogiti sate kan banchiba na usuna dhana gaja heba) |
ଉପରେ ପଡିକହିବା (upare padi kahiba) |
ଆବୁଡା ପଡିବା (abuda padiba) |
() |
ନପଚାରୁଣୁ କହିବା (napacharunu kahiba) |
ଅନ୍ୟର କଥା ନସରୁଣୁ କହିବା (anyara katha na sarunu kahiba) |
ଉପରେ ପଡିକହିବା ତା’ର ଗୋଟେ ବଦ ଅଭ୍ୟାସ | ତାଙ୍କର କଥା ଆଗେ ଶୁଣ, ତୁମେ କାହିଁକି ଉପରେ ପଡି କହୁଛ ? (upare padi kahiba tara gote bad abhyasa . Tankara katha age suna, tume kahinki upare padi kahucha) |
କପାଳ ଖୋଲବା (kapala kholiba) |
ଭଲବେଳ ପଡିବା / ଉନ୍ନତି କରିବା (bhala bela padiba / unnati kariba) |
ରାମବାବୁଙ୍କର ପଦନ୍ନୋତି ହେଲା, ପୁଅ ଚାକିରି ପାଇଲା, ତାଙ୍କର କପାଳ ଖୋଲିଗଲା | (rambabunkara padonnati hela, pua chakiri paila, tankara kapala kholigala) |
କପାଳ ଫାଟିବା (kapala fatiba) |
ସର୍ବନାଶହେବା (sarbanasa heba) |
ଏବର୍ଷ ମହାବାତ୍ୟାରେ ମରୁଡି ହେବାରୁ ଲୋକଙ୍କ କପାଳ ଫାଟିଲା | (abarsa mahabatyare marudi hebaru lokanka kapala fatila) |
କଳାକାଠ ପଡିଯିବା (kalakatha padijiba) |
ମଳିନ ପଡିଯିବା (malina padijiba) |
ଚାକିରି ପାଇଁ ବୁଲିବୁଲି ପିଲାଟା କଳାକାଠ ପଡିଗଲାଣି | ଦୋଷକରିଥିବାରୁ ଛାତ୍ରଟି ପ୍ରଧାନଶିକ୍ଷକଙ୍କୁ ଦେଖି କଲାକାଠ ପଡିଗଲା | (chakiri pain buli buli pialti kala katha padi galani. Dosakarithibaru chatrati pradhanasikhyanku dekhi kalakatha padigala) |
କଟା ଘା’ରେ ଚୂନଦେବା (kata ghare chuna deba) |
ଯନ୍ତ୍ରଣା ଉପରେ ଯନ୍ତ୍ରଣାଦେବା (jantrana upare jantrana deba) |
ହରିଆ ଦୋଷନକରୁ ଜୋରିମାନା ଦେଲା, ପୁଣି ତାକୁ ବାସନ୍ଦକଲେ କଟାଘା’ରେ ଚୂନଦେବା ଭଳିହେବ | (haria dosanakaru jorimana hela,puni taku basanda kale kata ghare chuna deba.) |
କଳାକନା ବୁଲାଇବା (kalakana bulaiba) |
ସର୍ବସ୍ୱ ଲୁଟିନେବା / ସର୍ବନାଶ କରିବା (sarbaswa luti neba / sarbanasa kariba) |
ଡକାୟତମାନେ କାଳି ରାତିରେ ତାଙ୍କଘରେ ପଶି କଳାକନା ବୁଲେଇ ଦେଇଛନ୍ତି | (dakayata mane kali ratire tanka ghare pasi kalakana lutheideuthale) |
କାନରେ ହାତଦେବା (kanare hatadeba) |
ଆଶ୍ଚର୍ଯ୍ୟହେବା (ascharjya heba) |
ସୁପ୍ରତିଷ୍ଠିତ କ୍ରିକେଟ ଖେଳାଳିମାନେ ଦେଶଦ୍ରୋହୀ, ଏକଥା ଶୁଣିଲେ | (su pratisthita kriket khelali mane desa drohi, akatha sunile. ) |
କାମରେ ହାତଦେବା (kamare hatadeba) |
କାର୍ଯ୍ୟ ଆରମ୍ଭକରିବା (karjya arambha kariba) |
ବୁଦ୍ଧିମାନ ଲୋକ କୌଣସି କାମରେ ହାତଦେବା ପୂର୍ବରୁ ସେ ବିଷୟରେ ଟିକିନିଖି ବୁଝିଥାନ୍ତି | (budhimana kounasi kamare hata deba pusturu se bisayre tikinichi o) |
କାଠହୋଇଯିବା / ଜଡ ପାଲଟିଯିବା (katha hoijiba / jada palatijiba) |
କାତର ହେବା (katara heba) |
ରେଳ ଦୁର୍ଘଟଣାରେ ମୃତାହତଙ୍କୁ ଦେଖି ସେ କାଠ ହୋଇଗଲେ | (rela durghatanare mrutahatanku dekhi se katha hoigala) |
କୁହୁଡି ପହଁରିବା (kuhudi pahanriba) |
ବୃଥାପରିଶ୍ରମ / ବୃଥା ପୟାସ କରିବା (brutha parisrama / brutha prayasa kariba) |
ମନ୍ତ୍ରୀମହୋଦୟ କହିବାରୁ ସଭାର ଆୟୋଜନ କରାଗଲା |ମାତ୍ର ଶେଷ ମୁହୁର୍ତ୍ତରେ ସେ ତାଙ୍କର କାର୍ଯ୍ୟକ୍ରମ ବାତିଲ କଲେ |ଆମର କେବଳ କୁହୁଡି ପହଁରିବା ସାରହେଲା | ସେ କୁହୁଡି ପହଁରି ଅନେକ ଧୋକା ଖାଇଲାଣି, ତଥାପି ତା ମୁଣ୍ଡରେ ବୁଦ୍ଧି ପଶୁନି | (mantri mohadaya kahibaru sabhara ayojana karagala. Matra sesa muhutare se tankara karjyakrama batil kale. Amara kebala kuhudi pahanriba sara hela . Se kuhudi pahanri aneka dhoka khailani, tathapi ta mundare budhi pasuni. ) |
ଖାଲରେ ପକାଇବା (khalare pakaiba) |
ବିପଦରେ ପକାଇବା (bipadare pakaiba) |
ଯାହାକୁ ଇଶ୍ୱର ସାହା, ତାକୁ ଖାଲରେ ପକାଇବାକୁ ଯେତେ ଚେଷ୍ଟାକଲେବି କିଛି ହେବନି | (jahaku eswara saha, taku khalare pakaibaku jete chesta kalebi kichi habani) |
ଖିଅକାଢିବା (khio kadhiba) |
କଥାକୁ ଘାଣ୍ଟି ଦୋଷ ଖୋଜିବା (kathaku ghanti dosa khojiba) |
ସବୁ କଥାରୁ ଖିଇକାଢିବା ତାର ଗୋଟାଏ ବଦ ଅଭ୍ୟାସ| (sabu katharu khia kadhiba tara gotay bad abhyas.) |
ଗୁଜୁରାଣ ମେଣ୍ଟାଇବା (gujurana mentaiba) |
କଷ୍ଟସହି କଷ୍ଟକରି କୌଣସିମତେ ଚଳିବା (kasta sahi kasta kari kounasi mote chaliba) |
ଗତ ମହାବାତ୍ୟାରେ ଆମ ଘରଦ୍ୱାର, ଚାଷବାସ ସବୁଗଲା |ମୂଲମଜୁରି ଲାଗି ବାପା କୌଣସି ପ୍ରକାର ଗୁଜୁରାଣ ମେଣ୍ଟାଉଛନ୍ତି | (gata mahabatyare ama gharadwara, chasabasa sabu gala . Mula majuri lagi bapa kounasi prakara gujurana mentauchanti.) |
ଗୋଡହାତ ଧରିବା (godahata dhariba) |
ବିନମ୍ର ଗୁହାରିକରିବା/ନେହୂରା ହେବା (binamra guhari kariba / nehura heba) |
ବାପାଙ୍କର ଶୁଦ୍ଧିକାର୍ଯ୍ୟ ତୁଲାଇବାପାଇଁ ଗରିବଲୋକଟି ଗାଁ ଲୋକଙ୍କ ଗୋଡହାତ ଧରୁଛି | ମୋ ଜମିଖଣ୍ଡକ ଫେରାଇଦେବାକୁ ମୁଁ ଜମଦାରଙ୍କ ଗୋଡହାତ ଧରିଲି | (bapankara sudhi karjya tulaibapain gariba lokati gaon lokanka goda hata dharuchi. Mo jami khandaka pheraidebaku mu jamidaranka godahata dharili. ) |
ଗୋଡ ଟେକି/କାଢି ବସିବା (goda tekiba / kadhi basiba) |
ପ୍ରସ୍ତୁତ ରହିବା (prastuta rahiba) |
ପରୀକ୍ଷାପରେ ପୁରୀ କୋଣାର୍କ ବୁଲିଯିବେ ବୋଲି ପିଲାମାନେ ଗୋଡ ଟେକି ବସିଛନ୍ତି | (parikhya pare mu puri konarka bulijibi boli pilamane goda teki basichanti. ) |
ଚଳୁ କରିଦେବା (chalu karideba) |
ସବୁ ଶେଷକରିଦେବା (sabu sesakariba) |
ଲୋକଟିର ଆଗପଛ କିଛି ବିଚାର ନାହିଁ; ଯେତେ ପଇସା ପାଇଲେ ମଧ୍ୟ ସବୁ ଚଳୁ କରିଦେଉଛି| (lokatira agapacha kichi bichar nahi; jete paisa paile madhya sabu chalu karideuchi) |
ଚାଲିଲା ଶଗଡରେ ହାତଦେବା (chalila sagadare hata deba) |
ଅତି ଦୁଷ୍ଟାମି କରିବା (ati dustami kariba) |
ରାନୁଅପାର ପୁଅ ଦି’ଟା ଚାଲିଲା ଶଗଡରେ ହାତଦେବା ପିଲା | (ranu apara pua dita chalila sagadare hata deba pila) |
ଚିତା କାଟିବା (chita katiba) |
ଠକିବା (thakiba) |
ଅନେକ ଭଣ୍ଡସାଧୁ ଅଛନ୍ତି, ଯେଉଁମାନେ କି ଧର୍ମନାମରେ ଲୋକଙ୍କୁ ଚିଚା କାଟୁଛନ୍ତି| (aneka bhanda sadhu achanti, jeunmane ki dharma nare lokanku chita katuchanti) |
ଛାତିପଥର କରିବା (chati pathara kariba) |
ଧୈର୍ଯ୍ୟଧରିବା (dhoujya dhariba) |
ସ୍ୱାମୀଙ୍କର ଅକାଳ ବିୟୋଗରେ ସବିତା ଛାତି ପଥରକରି ବଞ୍ଚିରହିଛନ୍ତି | (swaminkara akala biyogare sabita chati pathara kari banchi chanti) |
ଛେଵାରୁ ଚୋପାଛଡାଇବା / ଜିରାରୁ ଶିରାକାଢିବା (chenaru chopa chodaiba / jiraru sira kadhiba) |
ବୃଥାଦୋଷ କାଢିବା (brutha dosa kadhiba) |
ଯେକୌଣସି କାମରେ ତାର ଛେନାରୁ ଚୋପାଛଡାଇବା ନୀତି ମୋତେ ଆଦୌ ଭଲ ଲାଗେନାହିଁ | (je kounasi kamare tara chenaru chopa chadaiba niti mote adou bhala lagenahi) |
ଝିଣ୍ଟିକାମାରି ବଣି ପୋଷିବା (jhintika mari bani posiba) |
ଦୁର୍ବଳକୁ ମାରି ସବଳକୁ ସାହାଯ୍ୟକରିବା (durbalaku mari sabalaku saharjya kariba) |
ଝିଣ୍ଟିକାମାରି ବଣି ପୋଷିଲେ ଆସନ୍ତାଥରକୁ ଭୋଟ ପାଇବ ତ ? (jhintika mari bani posile asanta tharakaku bhot paiba ta ?) |
ଠାସକୁମାରିବା (thasku mariba) |
ଅନୁମାନକରି କହିବା (anumana kari kahiba) |
ପ୍ରକୃତ ଉତ୍ତରନଜାଣି ଠାସକୁ ମାରିବାରୁ ପ୍ରଧାନଶିକ୍ଷକ ବିରକ୍ତହେଲୋ | ତୁମର ପ୍ରକୃତ ଜ୍ଞାନନାହିଁ, ତୁମେ ଖାଲି ଠାସକୁ ମାରୁଛ
(prakuta uttara na jani thasku maribaru pradhana sikhyaka birakta hele. Tumara prakuta gyana nahi, tume khali thasku marucha. ) |
ତିଳକୁ ତାଳକରିବା (tilaku tala kariba) |
ଛୋଟକଥାକୁ ବଡକରି ପ୍ରଚାରକରିବା (chota kathaku badakari prachar kariba) |
ବୁଢୀହେଲା ତଥାପି ତିଳକୁ ତାଳ କରିବା ଗୁଣ ଛାଡିଲା ନାହିଁ | (budhi hela tathapi tilaku tala kariba guna chadila nahi) |
ତିନି ପାଞ୍ଜିରୁଯିବା (tini panjiru jiba) |
ଯଶହରାଇବା/ସୁନାମ ଲୋପ ପାଇବା (jasa haraiba / sunama lop paiba) |
ସେତ ତିନିପାଞ୍ଜିରୁ ଗଲାଣି, ତା ନାଁ ଆଉ ଧରନା | (seta tini panjiru galani, ta na au dharana. ) |
ଦଫା ରଫା କରିବା (dafa rafa kariba) |
ସର୍ବନାଶ କରିବା (sarbanasa kariba) |
ଜାଲ୍ କାଗଜ ପତ୍ରକରି ତୁ ମୋର ସବୁ ସମ୍ପତ୍ତି ନେଇଛୁ ; ମୁଁ ତୋର ଦଫାରଫା ନକରି ଛାଡିବି ନାହିଁ | (jal kagaja patra kari tu mor sabu sampati neichu; mu tor dafa rafa na kari chadibi nahi.) |
ଦାନାମାରିବା / ଦାନାରେ ଧୂଳିଦେବା (dana mariba / danare dhuli deba) |
ଜୀବିକାରୁ ଉଚ୍ଛେଦକରିବା (jibikaru uchheda kariba) |
କାହାରି ଦାନା ମାରିବା ଉଚିତନୁହେଁ | (kahari dana mariba uchit nuhe. ) |
ଦାଉସାଧିବା (dau sadhiba) |
ପ୍ରତିଶୋଧନେବା (pratisodha neba) |
କାହାଉପରେ ବିପଦ ପଡିଥିବାବେଳେ ଦାଉ ସାଧ ନାହିଁ | ଅଯଥା କାହାଉପରେ ଦାଉସାଧିବା ଠିକ୍ ନୁହେଁ | (kaha upare bipada padithibabele dau sadha nahi. Ajatha kaha upare dau sadhiba thik nuhe. ) |
ଦେଖିନପାରିବା (dekhi na pariba) |
ଭଲ ନପାଇବା (bhala na paiba) |
ଗାଁ ଲୋକେ ଆମର ଶ୍ରୀ ଦେଖିପାରିନ୍ତି ନାହିଁ ! (gaon loke amara sri dekhiparanti nahi.) |
ନାଁ ପକାଇବା (na pakaiba) |
ଦୁର୍ନାମ ଆଣିବା (durnama aniba) |
ବାପ ତୋ’ର କେଡେ ବଡ ହାକିମ ଶେଷରେ ତୁ ଏଇ କାମ କରି ନାଁ ପକେଇଲୁ ! (bapa tara kede bada hakima sesare tu ai kama kari na pakeilu) |
ନାଁ କରିବା (na kariba) |
ସୁନାମ ଅର୍ଜନ କରିବା (sunama arjana kariba) |
ଛୋଟପିଲା ହିସାବରେ ବାଜିରାଉତ ଯାହା ନାଁ କରିଛ, ସେଥିପାଇଁ ଓଡିଶା ଗୌରବାନ୍ୱିତ| ଫକୀରମୋହନ ଓଡିଆ ସାହିତ୍ୟରେ ବହୁ ନାଁ କରିଛନ୍ତି | (chota pila hisabre bajirouta jaha na karichi, sethipain odisha gourabanwita. Fakirmohan odia sahityare bahu na karichanti. ) |
ନାଁ ରଖିବା (na rakhiba) |
ଯଶ ରଖିବା (jasa rakhiba) |
ବିଦେଶକୁ ପଢିବାପାଇଁ ଗଲାବେଳେ ବାପା କହିଲେ, ”ତୁ ଆମ ବଂଶର ନାଁ ରଖିବୁ, ଏତିକି ମୋର କାମନା |” (bidesaku padhiba pain gala bele bapa kahile ” tu ama bansara na rakhibu, etiki mora kamana”.) |
ନାକ ଛିଞ୍ଚାଡିବା (naka chinchadiba) |
ବିରକ୍ତ ହେବା (birakta heba) |
ସବୁ କଥାରେ ତାଙ୍କର ନାକ ଛିଞ୍ଚାଡିବାକୁ କେହି ପସନ୍ଦ କରନ୍ତି ନାହିଁ| ତାଙ୍କଠାରୁ କେତେକ ପରାମର୍ଶ ପାଇଁ ଯାଇଥିଲି, ମାତ୍ର ସେ ନାକଛିଞ୍ଚାଡି ଏମିତି କଥାବାର୍ତ୍ତା କଲେ ଯେ ମୁଁ ନିରାଶହୋଇ ଫେରିଲି | (sabu kathare tankara naka chinchadibaku kehi pasand karanti nahi. Tanka tharu keteka paramarsa pain jai thili, matra se naka chinchadi emiti kathabarta kale je mu nirasa hoi ferili. ) |
ନାକଟେକିବା (naka tekiba) |
ଘୃଣାକରିବା (ghruna kariba) |
ରୋଗୀ ସେବା କଲାବେଳେ ନାକଟେକିବା ଉତିତ ନୁହେଁ | (rogi seba kala bele naka tekiba uchit nuhe. ) |
ନାକେଦମ୍ କରିବା (nake dum kariba) |
ଅଥୟକରିବା (athaya kariba) |
ଜରୁଆଦେହରେ ସର୍କସ ଦେଖିଯିବ ବୋଲି ପିଲାଟି କାନ୍ଦିକାନ୍ଦି ନାକେଦମ୍ କଲାଣି | (jarua dehare sarkas dekhi jiba boli pilati kandi kandi nake dam kalani) |
ପିଠିରେ ପଡିବା (pithire padiba) |
ସାହା ହେବା (saha heba) |
ଯେତେ କହିଲେ ପାଠପଢୁନୁ; ଫେଲହେଲେ କେହି ତୋ ପିଠିରେ ପଡିବେନି| (jete kahile patha padhunu; fail hele kehi to pithire padibeni) |
ଫସର ଫାଟିବା (fasara fatiba) |
ବ୍ୟର୍ଥ ହେବା (byartha heba) |
ଗୋଟିଏ ବୋଲି ପୁଅର ଉଚ୍ଚଶିକ୍ଷାପାଇଁ ବାପା କେତେ କ’ଣ ଯୋଜନା କରିଥିଲେ, କିନ୍ତୁ ପୁଅଟି ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ତାଙ୍କର ସବୁ ଯୋଜନା ଫସର ଫାଟିଗଲା | (gotia boli puara uchhasikhya pain bapa kete kan jojana karithile, kintu puati matric parikhyare fail hebaru tankara sabu jojana fasara fatigala) |
ଫଟେଇହେବା (fathei heba) |
ଗୋଟାଏ କଥାକୁ ବାରମ୍ବାର ପଚାରିବା (gotaye kathaku barambara pachariba) |
ଥରେ କହିଲେ କ’ଣ ଶୁଣିପାରିଲୁନି ଯେ ଏତେ ଫଟେଇହେଉଛୁ ? (thare kahi kan suni pariluni je ate fatheiheuchu ?) |
ବାଟକାଟିବା (bata katiba) |
ନିଜ ସୁବିଧାଦେଖିବା (nija subidha dekhiba) |
ସ୍ୱାର୍ଥପର ଲେକମାନେ କାହାକଥା ବିଚାରନକରି ନିଜ ନିଜର ବାଟକାଟି ଦୂରେଇ ଯାଆନ୍ତି | (swarthapara lokamane kaha katha bichara na kari nija nijara bata kati durei janti. ) |
ବାଟ ଭାଙ୍ଗିବା (bata bhangiba) |
ଉପେକ୍ଷା କରିବା (upekhya kariba) |
ବିପଦରେ ପଡିଥିବା ଲୋକକୁ ସାହାର୍ଯ୍ୟ ନକରି ବାଟଭାଙ୍ଗି ଚାଲିଯିବା ଠିକ୍ ନୁହେଁ | (bipadare padithiba lokanku saharjya na kari bata bhangi chalijiba thik nuhe. ) |
ବାଟମାରଣା ହେବା (bata marana heba) |
ମଝିରେ ଅନ୍ୟଦ୍ୱାରା ଅପହୃତ ହୋଇଯିବା (majhire anya dwara apahruta heba) |
ବାତ୍ୟାସମୟରେ ଦେଶ ବିଦେଶରୁ ଆସଥିବା ସାହାଯ୍ୟସବୁ ବାଟମାରଣା ହେଲାବୋଲି ଲୋକେ କୁହନ୍ତି| (batya samayre desa bidesaru asi thiba saharjya sabu bata marana helaboli loke kuhanti.) |
ବିରାଡି ଛଙ୍କିବା (biradi chinkiba) |
ଅନୁକୂଳ ବିଗିଡିବା (anukula bigidiba) |
ସେ ଆଜି ସକାଳୁ ଗାଁକୁ ଯାଇଥାନ୍ତେ; କଣ ବିରାଡି ଛିଙ୍କିଲା ଯେ ଆଉ ଯିବା ନାଁ ଧରୁନାହାନ୍ତି| (se aji sakau ganku jaithante; kan biradi chinkila je se au jiba na dharu nahanti.) |
ବିରାଡି କପାଳରୁ ଶିକାଛିଡିବା (biradi kapalaru sika chindiba) |
ଇଚ୍ଛା ଅନୁସାରେ ସୁବିଧାମିଳିବା (ichha anusare subidha miliba) |
ପ୍ରଦର୍ଶନୀ ଦେଖିବାକୁ କେହିସାଙ୍ଗ ମିଳୁନଥିଲେ, ବିରାଡିକପାଳକୁ ଶିକା ଛିଡିଲାପରି ସାନମାମୁ ଆସି ପହଁଞ୍ଚିଗଲେ| (pradarsani dekhibaku kehi sanga milu na thile, biradikapalaku sika chindila pari sana mamu asi pahanchi gale. ) |
ଭାଲୁ ଧରାଇବା (bhalu dharaiba) |
କୌଶଳରେ ଜଞ୍ଜାଳ ଗ୍ରସ୍ତ କରାଇବା | (kousalare janjala grasta karaiba) |
ନିଜର ସୁବିଧାପାଇଁ ଅନ୍ୟକାହାକୁ ଭାଲୁଧରାଇନିଜେ ଖସିଯିବା ବିବେକୀ ଲୋକର କାର୍ଯ୍ୟନୁହେଁ (nijara subidha pain anya kahaku bhalu dharai nije kahsi jiba bibeki lokara karjya nuhe.) |
ଭୂତ ଖାଇବା (bhuta khaiba) |
ଅନ୍ୟ ହାତରେ ପଡିବା (anya hatare padiba) |
ମୂତ୍ୟୁପରେ କୃପଣ ଲୋକର ସଞ୍ଚିତଧନ ଭୂତଖାଆନ୍ତି| (mrutyu pare krupana lokara sanchita dhana bhuta khanti.) |
ମହରଗରୁ ଯାଇ କାନ୍ତାରରେ ପଡିବା (maharagaru jai kantarare padiba) |
ସାମାନ୍ୟ ବିପଦରୁ ଯାଇ ବଡ଼ବିପଦରେ ପଡିବା (samanya bipadaru jai bada bipadare padiba) |
ବନ୍ୟା ଭୟରେ ନଦୀକୂଳ ଛାଡି ଅନ୍ୟତ୍ରଘରକରି ରହିଲେ | ସେଠି ସବୁ ବର୍ଷ ମରୁଡି |ମହରଗରୁ ଯାଇ କାନ୍ତାରରେ ପଡିବା ସାରହେଲା | (banya bhayare nadikula chadi anyatra gharakari rahile. ) |
ମନଘର ଧରିବା (mana ghara dhariba) |
ଅଭାବ ଅସୁବୁଧାରେ ପଡି ସତର୍କ ହେବା (abhaba asubidhare padi satarka heba) |
ଘର କେମତି ଚଳୁଛି ପୁଅ ବୁଝିନଥିଲା | ବାପା ମଲାପରେ ଏବେ ତା ମନ ଘର ଧରିଲାଣି | (ghara kemiti chaluchi bujhi na thila. Bapa mala pare ebe ta mana ghara dharilani.) |
ମାଛିକି ‘ମ’ କହିବା (machiki ma kariba) |
ଖୁବ୍ ନୀରିହ (khub niriha) |
ପ୍ରକୃତ ଗଣ୍ଡଗୋଳକାରୀମାନେ ଖସିଗଲେ, ଯେଉଁଲୋକି ନିର୍ଦ୍ଦୋଷ, ଯିଏ ମାଛକି ‘ମ’ କହେନି, ତାକୁ ପୋଲିସ୍ ଗିରଫ କରିନେଲା| (prakruta gandagolakarimane khasigale, jeulokati nirdos, jia machiki ma kaheni, taku police girafa karinela.) |
ମୁହଁ ବାଢାଇବା (muhan badhaiba) |
ସୁବିଧାଦେବା (subidha deba) |
ବାପାମାଆ ଗେହ୍ଲକରି ଅନେକ ସମୟରେ ପିଲାଙ୍କ ମୁହଁ ବଢାଇଥାନ୍ତି, କିନ୍ତୁ ପରେ ଅନୁତାପ କରନ୍ତି | (bapama gelhare aneka samayare pilanka muha badhaithanti, kintu pare anutapa karanti.) |
ମୁହଁ ଦେବା (muhan deba) |
ପ୍ରଶ୍ରୟଦେବା (prasray deba) |
ଛୋଟପିଲାଙ୍କୁ ଏତେ ମୁହଁଦେବା ଠିକନୁହେଁ | (chota pilanku ate muhan deba thik nuhe.) |
ମୁଣ୍ଡଝାଳ ତୁଣ୍ଡରେ ମାରିବା (munda jhala tundare mariba) |
କଠିନ ପରିଶ୍ରମକରି ପେଟପୋଷିବା (kathina parisramakari peta posiba) |
ଭଲ ଘରଖଣ୍ଡେ କରିବ ବୋଲି ମୁଣ୍ଡଝାଳ ତୁଣ୍ଡରେମାରି ସେ ଯାହାକିଛି ସଞ୍ଚୟ କରିଥିଲା, ସବୁତକ ଚୋର ନେଲେ | (bhala ghara khande kariba boli munda jhala tundare mari se jaha kichi sanchaya karithila, sabu taka chora nele.) |
ମୁଣ୍ଡକୁ ତେନ୍ତୁଳିଆ ବିଛାକାମୁଡିବା (mundaku tentulia bicha kamudiba) |
ଭୀଷଣ ଚିନ୍ତାରେ ପଡିଯିବା (bhisana chintare padijiba) |
ଝିଅ ବାହାଘର ନଁ ଧରୁନଥିଲେ | ଏବେ ଝିଅର ବୟସ ବଢିଯିବାରୁ ତାଙ୍କ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡିଲାଣି | (jhio bahaghara na dharunathile. Abe jhiora bayasa badhi jibaru tanka mundaku tentulia bicha kamudilani.) |
ରକ୍ତଚାଉଳ ଚୋବାଇବା (rakta chaula chobaiba) |
ରାଗରେ ଜଳିବା / ଜର୍ଜରିତ ହେବା (ragare jaliba / jarjarita ) |
ବିଚାରରେ ଦୋଷୀ ସାବ୍ୟସ୍ତହେବାରୁ ସମସ୍ତଙ୍କୁ ଉପରେ ଖାଲିସେ ରକ୍ତଚାଉଳ ଚୋବାଉଛି|
(bicharare dosi sabyastahebaru samastanka upare kahli se rakta chaula chobaile.) |
ସୁଅ ମୁହଁରେ ଯିବା/ପଡିବା (sua muhanre jiba / padiba) |
ବୃଥାରେ ଧନ ଦୌଲତ ଉଜାଡି ଦେବା (bruthare dhana doulata ujadi deba) |
ପୁଅ ଅଯୋଗ୍ୟହେଲେ ବାପର ସବୁଧନ ସୁଅ ମୁହଁରେ ଯାଏ | (pua ajogya hele bapara sabu dhana sua muhanre jai) |
ହାତଧରିବା (hata dhariba) |
ବିବାହ କରିବା/ନେହୁରାହେବା (bibaha kariba / nehura heba) |
ଗୁଣୀ ପୁରୁଷର ହାତଧରିବାକୁ ସବୁଝିଅ ଚାହିଁଥାନ୍ତି | ମୁଁ ଆପଣଙ୍କ ହାତଧରୁଛି, ମତେ ଏଇଥର କ୍ଷମା କରିଦିଅନ୍ତୁ | (guni purusara hata dharibaku sabu jhio chahinthanti. Mu apanka hata dharuchi, mote eithare khyama kari diountu. ) |
ହାତ କରିବା (hata kariba) |
କୌଶଳରେ ଆୟତ୍ତ କରିବା (kousalare ayata kariba) |
ଅନ୍ୟପକ୍ଷରେ ସାକ୍ଷୀମାନଙ୍କୁ ହାତକରି ସେ ମକଦ୍ଦମା ଜିତିଗଲେ| (anya pakhyare sakhi manaku hata kari se makardama jiti gale.) |
ହାତରେ ନ’ ମାରି ଭାତରେ ମାରିବା (hatare na mari bhatare mariba) |
କୌଶଳରେ ଜୀବିକା ବା ବୃତ୍ତିରୁ ଉଚ୍ଛେଦ କରିବା (kousalare jibika ba brutiru uchheda kariba) |
ଶ୍ରମିକମାନଙ୍କ ହାତରେ ନମାରି ଭାତରେ ମାରିବାନୀତି ଯୋଗୁ ତାଙ୍କ କାରଖାନାରେ ସବୁବେଳେ ଧର୍ମଘଟ ଲାଗିରହିଛି| (sramika manaka hatare na mari bhatare mariba niti jogu tanka karakhanare sabu bele dharma ghata lagi rahichi. ) |
ଋଢି (RUDHI) | ଅର୍ଥ (Artha / meaning) | ବାକ୍ୟରେ ବ୍ୟବହାର (bakya re byabahara / use in sentence) |
ଅନ୍ଧର ଲଉଡି (Andhara Loudi) | ଅସହାୟର ସାହା)(Asahay ra saha) | ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କ ଅନ୍ଧର ଲଉଡି ଥିଲେ | |
ଅନ୍ଧବୁଝାମଣା (Andha Bujhamana) | ଅନ୍ୟାୟ ବିଚାର ) (Anyay bichar) | ଅନ୍ଧବୁଝାବଣା ଘଟିଲେ ସମାଜ ବିଶୃଙ୍ଖଳିତ ହୁଏ |(ଏତ୍ ଅନ୍ଧବୁଝାବଣା ରୀତି, ମଣିଷକୁ ଯେବେ ମଣିଷ ଛୁଇଁଲା, କେଉଁବାଟେ ଯିବ ଜାତି !) |
ଅରଣ୍ୟରୋଦନ (Aranya Rodana) | ନିଷ୍ଫଳ ପ୍ରାର୍ଥନା (Nisfala prarthana)/ ବୃଥା ପ୍ରାର୍ଥନା (brutha prarthana) | ରାବଣ ନିକଟରେ ସୀତାଙ୍କର ଆକୁଳତା ଅରଣ୍ୟରୋଦନ ପରିଣତ ହୋଇଥିଲା | |
ଅହିନକୃଳ ସମ୍ପର୍କ (Ahinakula Samparka) | ଘୋର ଶତ୍ରୁତା) (Ghor Satruta) | ଭାଇ ଭାଇ ମଧ୍ୟରେ ଅହିନକୁଳ ସମ୍ପର୍କ ସୃଷ୍ଟିହେବା ଆଦୌ ଉଚିତ ନୁହେଁ| |
ଅଲଣା କଥା (Alana Katha) | ମୂଲ୍ୟହୀନ କଥା ) (Mulyahina Katha) | ଅଲଣା କଥା କହି ଅନ୍ୟର ସମୟ ନଷ୍ଚ କରିବା ଠିକ୍ ନୁହେଁ | |
ଅସିଆ କାଳର ମସିଆ (Asia Kalara Masia) | ଅତି ପୁରୁଣା ) (Ati Puruna) | ଜେଜେ ଗୋଟାଏ ଅସିଆକାଳର ମସିଆ ଜାମା ପିନ୍ଧି ଭୋଜି ଖାଇବାକୁ ବାହାରିଲାବେଳେ ନାତିମାନେ ହସିଲେ | |
ଅକଲ ଗୁଡୁମ (Akal Gudum) | ବୁଦ୍ଧିବଣାହେବା ) (Budhi bana heba) | ଓକିଲବାବୁ ମିଛକହୁଥିବା ସାକ୍ଷୀକୁ ପ୍ରଶ୍ନପଚାରି ତା’ର ଅକଲ ଗୁଡୁମ କରିଦେଲେ | |
ଅକଲ ସଲାମି (Akal Salami) | କୌଣସି ବ୍ୟକ୍ତିର ଉପଦେଶ, ପରାମର୍ଶ ବା ପ୍ରରୋଚନାକୁ ତାହାରି ଉପରେ ପ୍ରୟୋଗ କରିବା ) (Kounasi byaktira upadesa, paramarsha ba prorachanaku tahari upare prayoga kariba) | ମୁଁ ତାଙ୍କୁ ଅକଲସଲାମି ନଦେଇ ଛାଡୁନାହିଁ | |
ଉପୁରିମାଲ ( uparimal) | ନିଦ୍ଦିଷ୍ଟ ଆୟରୁ ଅଧିକ / ମାଗଣା ମିଳିବା ) (nirdista ayaru adhika/ Magana miliba) | ଉପୁରିମାଲ ସଂଗ୍ରହ କରୁଥିବା ବ୍ୟକ୍ତି ଦେଶର କଳଙ୍କ | |
ଏ ଘର ମାଉସୀ ସେ ଘର ପିଉସୀ (A ghara mausi seghara peiusi) | ଏପଟ ସେପଟ ଛିଦ୍ର କହି ଯେ ଭଲେଇ ହୁଏ ) (Apata sepata chidra kari je bhalei hua) | ବୁଢୀ ହେଲସିନା ; ତାର କିନ୍ତୁ ଏଘର ମାଉସୀ ସେ ଘର ପିଉସୀ ଗୁଣ ଗଲାନାହିଁ | |
ଏକ ଘରକିଆ ( Ekagharakia) | ସାମାଜିକ ବାସନ୍ଦ ) (Samajika Basanda) | ବାହାରେ ଚୋରିକରି ଗାଁ ନାଁ ତଳେ ପକାଇବାକୁ ଗାଁବାଲା ତାକୁ ଏକଘରକିଆ କରିଛନ୍ତି | |
ଓଳିଆରୁ ଗଜା (aliaru gaja) | ଜନ୍ମରୁ ଚତୁର ବା ସିଆଣିଆ ) (janmaru chatura / siania) | ସେତ ଓଳିଆରୁ ଗଜା, ତାକୁ ଶିଖାଇବା କ’ଣ ? |
କରଛଡା (Karachada) | ଦାୟିତ୍ୱ ନ ନେବା ) (Dayitwa na neba) | ଭେଣ୍ଡାପୁଅଟାର କରଛଡା ଗୁଣ ଯୋଗୁ ବୁଢାବାପ ବିଚରା ହନ୍ତସନ୍ତ | |
କାଠିକର ପାଠ (Kathikara patha) | କଷ୍ଟସାଧ୍ୟ ) (Kasta sadhya) | ପାଠପଢାରେ ଅବହେଳା କଲେ ପରୀକ୍ଷାରେ ଉତ୍ତୀର୍ଣ୍ଣହେବା କାଠିକର ପାଠ | |
କୁହାମୁଣ୍ଜା କପିଳା (kuhamundra kapila) | ଯେ କଥା କହେ ମାତ୍ର କାମ କରେ ନାହିଁ ) ( je katha kahe matra kama kare nahi) | ଆଜିକାଲି ଶସ୍ତା ରାଜନୀତି କରୁଥିବା ନେତାମାନେ କୁହାମୁଣ୍ଡା କପିଳା | |
ଖତଗଦାରେ ପଦ୍ମ (khata gadare Padma) | ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଫୁରଣ ) (pratikula paristhitire prativara shphurana) | ରେଢାଖୋଲର କନ୍ଧଘରେ ଜନ୍ମହୋଇଥିଲେ ବି କବି ଭୀମଭୋଇଥିଲେ ଖତଗଦାରେ ପଦ୍ମ ସଦୃଶ ବ୍ୟକ୍ତିତ୍ୱର ଅଧିକରୀ| |
ଗୋଟିଏ ଚାଉଳରେ ଗଢା (gotia chaulare gadha) | ଅତି ସୁନ୍ଦର )(Ati Sundara) | ଝିଅଟି ତ ଗୋଟିଏ ଚାଉଳରେ ଗଢା ତାକୁ ଖୁଣିବ କ’ଣ | |
ଛୁଞ୍ଚିମାଛିପରୀକ୍ଷା / ପରଖ (Chunchi machi parikhya / parakha) | ତନ୍ନ ତନ୍ନ କରି ଦେଖିବା ) (tanna tanna kari dekhiba) | ସବୁ କଥାରେ ଏମିତି ଛୁଞ୍ଚିମାଛି ପରୀକ୍ଷାକଲେ ଚଳିବନି | |
ଛକା ପନଝା (Chaka na panjha) | ଉଭୟ ପକ୍ଷର ସତର୍କଭାବ ) ( ubhay pakhyara satarkabhaba) | ଜଙ୍ଗଲ ମଧ୍ୟରେ ଗତକାଲି ପୋଲିସ ଓ ଡାକୁଦଳଙ୍କ ମଧ୍ୟରେ ଛକାପନଝା ଚାଲିଥିଲା| |
ଜପାମାଳି (japamali) | ଅତିପ୍ରିୟ ) (atipriya) | ବହୁଦିନପରେ ନାତିଟିଏ ପାଇ ଅଜାଆଈ ତାକୁ ଜପାମାଳି କରିଛନ୍ତି | |
ଝାଳବୁହାଧନ (Jhalabuha dhana) | କଷ୍ଟ ଅର୍ଜିତ ) (Kasta arjita) | ଝାଳବୁହାଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ | |
ଝିମିଟି ଖେଳରୁ ମହାଭାରତ (jimiti khela ru mohabharata) | ସାମାନ୍ୟ ଘଟଣାରୁ ବିରାଟକାଣ୍ଡ ବା ଭୟଙ୍କର ପରିସ୍ଥିତି ସୂତ୍ରପାତ )(samanya ghatanaru biratakanda / bhayankara paristhiti sutrapata) | ପଲାକାଳରୁ ଏ ଭୟଙ୍କର ପରିସ୍ଥିତି, ଝିମିଟିଖେଳରୁ ମହାଭାରତ ସୃଷ୍ଟି | |
ନଈନଦେଖି ଲଙ୍ଗଳା ହେବା (noi na dekhi langala heba) | ବିପଦ ନଆସୁଣୁ ଛାନିଆ ହେବା ) (bipada na asunu chania heba) | ନଈନଦେଖି ଲଙ୍ଗଳାହେବା ଉଚିତନୁହେଁ| |
ନଛୋଡବନ୍ଧା (nachodbandha) | ଏକଜିଦିକିଆ ) (ekajidikia) | ତାଙ୍କର ନଛୋଡବନ୍ଧା ମନେଭାବ ଯୋଗୁ ପରିବାରଟା ଉଜୁଡିଗଲା| |
ନାଟର ଗୋବର୍ଦ୍ଧନ ( natara gobardhana) | ଅନର୍ଥର ମୂଳ ) (anarthara mula) | ତାକୁ ଚିହ୍ନିରଖିଥା, ସେ ହେଉଛି ସବୁ ନାଟର ଗୋବର୍ଦ୍ଧନ| |
ଫାଙ୍କା ଆୱାଜ (fanka awaz) | ବୃଥା ଧମକ ) (brutha dhamaka) | ତମର ଫାଙ୍କା ଆୱାଜରେ ଡରିଯିବା ଲୋକ ମୁଁ ନୁହେଁ | |
ବଣ ବିଛୁଆତି ( bana bichuati ) | ଅତିଦୁଷ୍ଟ / ମୂଳରୁ ଦୁଷ୍ଟ )(Ati dusta / mularu dusta) | ସେ ପିଲାଟି ବଣବିଛୁଆତି, ତା’ ସାଙ୍ଗରେ ମିଶିଲେ ଭଲପିଲା ବି ନଷ୍ଟହୋଇଯିବ | |
ବାପରାଣ ଢିଙ୍କିଗିଳ୍ (bapa rana dekhi gil ) | ବାଧ୍ୟକରିବା ) (badhya kariba) | ମୁଁ ତ କହୁଛି ମୋ ଦ୍ୱାରା ଏ କାମହେବନାହିଁ|ବାଧ୍ୟକରୁଛ କାହିଁକି ? କ’ଣ ବାପରାଣ ଢିଙ୍କିଗିଳ୍ ? |
ବାଘଘରେ ମିରିଗନାଟ (bagha ghare miriganata) | ମୁରବୀର ଅନୁପସ୍ଧିତିରେ ବିଶୃଙ୍ଖଳା ସୃଷ୍ଟିକରିବା ) (murabira anupasthiti re bisrukhala srusti kariba) | ଶ୍ରେଣୀ ଶିକ୍ଷକନାହାନ୍ତି, ପିଲାମାନେ ପାଟିକରୁଛନ୍ତି, ଏତ ବାଘଘରେ ମିରିଗନାଟ ଚାଲିଛି | |
ବାଆକୁ ବତା (baaku bata) | କ୍ଷୀଣ ଆଶ୍ରୟ ) (khina asraya) | ମହାବାତ୍ୟା ଅଞ୍ଚଳରେ ମୁଣ୍ଡଗୁଞ୍ଜିବାକୁ ଲୋକମାନେ ତିଆରି କରିଥିବା ଝାଟିମାଟର ଘରଗୁଡିବ ବାଆକୁ ବତାପରି | |
ବାହାଘରବେଳେ ବାଇଗଣରୁଆ (bahaghara bele baigana rua) | ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟଆରମ୍ଭ କରିବ ) (agaru prastuta na hoi sesa muhurtare karjya arambha kariba) | ବର୍ଷସାରା ପଢାପଢିନକରି ବୁଲିଲୁ, ବାହାଘରବେଳେ ବାଇଗଣ ରୁଆଭଳି ପରୀକ୍ଷା ଆଗଦିନ ବହିଖୋଲି ବସିଲେ ଫଲ ପାଇବୁ ତ ? |
ବିରାଡି ବୈଷ୍ଣବ / ବକ ଧାର୍ମିକ (biradi boisnaba / baka dharmika) | ଠକ ) (thaka) | ଧର୍ମ ପ୍ରଚାର ନାଁରେ ଅନେକ ବିରାଡି ବୈଷ୍ଣବ ସାଧୁରୂପରେ ଆମ ସମାଜରେ ଅଛନ୍ତି | |
ବୋଝଉପରେ ନଳିତା ବିଡା (bojha upare nalita bida) | ଦୁଃଖ ଉପରେ ଦୁଃଖ ) (dukha upare dukha) | ଘରେ ପୁଅଝିଅ ବେମାର | ଏବେ ସ୍ତ୍ରୀର ଜ୍ୱର ଆରମ୍ଭ ହେଲା | ଇଏ ବୋଝଭପରେ ନଳିତା ବିଡା ନୁହେଁ ତ ଆଉ କ’ଣ ? |
ରାଣ୍ଡୀପୁଅ ଅନନ୍ତା / ଚାରି ଦଉଡିକଟା / ଲଙ୍ଗଳା କଟୁରୀ ( randi pua ananta / chari doudikata / langala katuri ) | ଅନାୟତ୍ତ / ଶାସନର ବାହାରେ ) (Anayatta / sasanara bahare) | ତା’ର ଘରଦୁଆର, ଭାଇବନ୍ଧୁ, ମାୟାମମତା ବୋଲି କିଛି ନାହିଁ , ସେ ରାଣ୍ଡୀପୁଅ ଅନନ୍ତା ପରି ବୁଲୁଛି | |
ହାତ ବାରିସି (hata barisi) | ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ ) (jaha sahajyare karjya hasal hua) | ଗୋପାଳବାବୁ ତାଙ୍କ ଅଫିସରଙ୍କ ହାତବାରିସି|ତାଙ୍କୁ ଛାଡିଲେ ଅଫିସର ଘଡିଏ ଚଳି ପାରିବେନି | |
ହୁଙ୍କାପିଟା (hunka pita) | କିଛି ନ ବୁଝି ହଠାତ କାମକୁ ଲାଗିଯିବା ) (kichi na bujhi hatat kamaku lagijiba) | ତାଙ୍କର ହୁଙ୍କାପିଟା ନୀତି ତାଙ୍କ ବିଫଳତାର କାରଣ | |
ଯଦି ଆପଣ ମାନେ ପ୍ରତିଦିନ ଭିଡ଼ିଓ କ୍ଲାସ ନେବା ପାଇଁ ଚାହୁଁଛନ୍ତି ଆମର ୟୁଟୁବ ଚେନାଲ କୁ ତଳେ ଦିଆଯାଇଥିବା ଲିଙ୍କ ରେ କ୍ଲିକ କରି ସବସକ୍ରାଇବ କରନ୍ତୁ |
[su_button url=”https://www.youtube.com/channel/UClLQ3gXoCypuxpiuo6fmWlA?view_as=subscriber” target=”blank” style=”stroked” background=”#1c067f” color=”#ffffff” size=”5″ icon=”icon: youtube”]ଶବସକ୍ରାଇବ କରିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]
[su_button url=”https://t.me/odishasarakariexam” target=”blank” style=”stroked” background=”#69046a” color=”#ffffff” size=”5″ icon=”icon: paper-plane-o”]ଏଠାରେ କ୍ଲିକ କରି ଆମର ଟେଲିଗ୍ରାମ ଚେନାଲ କୁ JOIN କରନ୍ତୁ [/su_button]
ଯଦି ପୋଷ୍ଟ ଟି ଭଲ ଲାଗେ ନିଜ ସାଙ୍ଗ ମାନଙ୍କ ସହ ଫେସବୁକ , ଇନ୍ଷ୍ଟଗ୍ରାମ , ଟେଲିଗ୍ରାମ , WHATSAPP ମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ ଓ 5 ଷ୍ଟାର ରେଟିଙ୍ଗ କରନ୍ତୁ | ଧନ୍ୟବାଦ|