Odia grammar short questions Sabda :
ନମସ୍କାର ଦସ୍ତୋ , ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ, ଏହି ପୋଷ୍ଟ ରେ ଆମେ ଓଡ଼ିଆ ଗ୍ରାମାର ଶବ୍ଦ (odia grammar short questions sabda ) , ବିଷୟରେ ଡିସ୍କସ କରିଛୁ | ଏହି ପୋଷ୍ଟ ଆପଣଙ୍କ ଓଡିଶା ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଓଡିଶା ର ସମସ୍ଥ ପରୀକ୍ଷା CT , BED, OTET, OSSC, OAS, ASO, OSSSC, ODISHA POSTAL , ସମସ୍ତ ପ୍ରକାର ପରୀକ୍ଷା ପାଇଁ ଏହା ଜରୁରୀ ଅଟେ , ଯଦି ଆପଣ ପ୍ରତିଦିନ ନୋଟସ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା BELL ICON କୁ କ୍ଲିକ କରି ଶବସକ୍ରାଇବ କରି ନିଅନ୍ତୁ |
odia Grammar Short Questions PADA
Q.1: ଯେଉଁ ବିଶେଷ୍ୟ ପଦ କୌଣସି ନାମକୁ ବୁଝାଏ ତାକୁ କ’ଣ କହନ୍ତି ?
[A] ନାମ ବାଚକ ବିଶେଷ୍ୟ
[B] ବସ୍ତୁବାଚକ ବିଶେଷ୍ୟ
[C] ଜାତିବାଚକ ବିଶେଷ୍ୟ
[D] ଗୁଣବାଚକ ବିଶେଷ୍ୟ
Q.2: ସଂସ୍କାର ବ୍ୟାକରଣିକ ଅର୍ଥ କ’ଣ ?
[A] ପରମ
[B] ଧରମ
[C] କରମ
[D] ସରମ
Q.3: କେଉଁଟି ବିଶେଷଣ ପଦ ନୁହେଁ ?
[A] ସୂର୍ଯ୍ୟଙ୍କର ସ୍ତ୍ରୀ ‘
[B] ବିଶ୍ୱକର୍ମାଙ୍କ କନ୍ୟା
[C] ସହର
[D] ନାମ
Q.4: ଗାଈ, ଘୋଡ଼ା, ମଣିଷ, ହିମାଳୟ – ଏ ଚାରୋଟି ଭିତରୁ କେଉଁଟି ଅଲଗା ?
[A] ଗାଈ
[B] ଘୋଡ଼ା
[C] ମଣିଷ
[D] ହିମାଳୟ
Q.5: ଘର, ଇଟା,ପଥର,ସିମେଣ୍ଟ – କେଉଁଟି ଭିନ୍ନଧରଣର ?
[A] ଘର
[B] ଇଟା
[C] ପଥର
[D] ସିମେଣ୍ଟ
Q.6: କେଉଁ ବିଶେଷ୍ୟ ପଦକୁ ଦେଖ୍ ବା ଛୁଇଁ ହୁଏ ନାହିଁ, କେବଳ ତାକୁ ଅନୁଭବ କରିହୁଏ ?
[A] ନାମବାଚକ
[B] ଜାତିବାଚକ
[C] ଗୁଣବାଚକ
[D] ବସ୍ତୁବାଚକ
Q.7: ଯେଉଁ ପଦ ଅନ୍ୟପଦର ଗୁଣ, ଅବସ୍ଥା, ସଂଖ୍ୟା ବା ପରିମାଣକୁ ବୁଝାଏ ତାକୁ କ’ଣ କହନ୍ତି ?
[A] ବିଶେଷ୍ୟ
[B] ବିଶେଷଣ
[C] ସର୍ବନାମ
[D] ଅବ୍ୟୟ
Q.8: ଯେଉଁ ପଦ ବିଶେଷ୍ୟ ପଦର ପରିବର୍ତ୍ତେ ବ୍ୟବହୃତ ହୁଏ ତାକୁ କ’ଣ କହନ୍ତି ?
[A] ବିଶେଷ୍ୟ
[B] ବିଶେଷଣ
[C] ସର୍ବନାମ
[D] ଅବ୍ୟୟ
Q.9:ଯେଉଁ ପଦ ଲିଗ, ବଚନ, ପୁରୁଷ ବା ବିଭକ୍ତିରେ ପରିବର୍ତ୍ତନ ନ ହୋଇ ଅପରିବର୍ତ୍ତିତ ରହେ ତାକୁ କ’ଣ କହନ୍ତି ?
[A] ବିଶେଷ୍ୟ
[B] ବିଶେଷଣ
[C] ଅବ୍ୟୟ
[D] କ୍ରିୟା
Q.10: ଯେଉଁ ପଦ କୌଣସି କାର୍ଯ୍ୟର ନାମକୁ ବୁଝାଏ ତାକୁ କ’ଣ କହନ୍ତି ?
[A] ଗୁଣବାଚକ ବିଶେଷ୍ୟ
[B] ଜାତିବାଚକ ବିଶେଷ୍ୟ
[C] କ୍ରିୟା ବାଚକ ବିଶେଷ୍ୟ
[D] ନାମବାଚକ ବିଶେଷ୍ୟ
Q.11: ଭୋଳନ, ଇନ୍ଧନ, ପଢୁଛି, ଶୟନ – ଏଥରୁ କ୍ରିୟା ପଦଟି କିଏ ?
[A] ଭୋଜନ
[B] ରନ୍ଧନ
[C] ପଢୁଛି
[D] ଶୟନ
Q.12: ଯେଉଁ କ୍ରିୟାଦ୍ବାରା ବାକ୍ୟର ସମାପ୍ତି ସୂଚିତ ହୁଏ ତାକୁ କ’ଣ କହନ୍ତି ?
[A] ସଂଯୁକ୍ତ କ୍ରିୟା
[B] ସମାପିକା କ୍ରିୟା
[C] ଅସମାପିକା କ୍ରିୟା
[D] ଯୌଗିକ କ୍ରିୟା
Q.13: ଯେଉଁ କ୍ରିୟାରୁ ବାକ୍ୟର ସମାପ୍ତି ବୁଝାଏ ନାହିଁ ତାକୁ କ’ଣ କହନ୍ତି ?
[A] ସମାପିକା କ୍ରିୟା
[B] ଅସମାପିକା କ୍ରିୟା
[C] ସଂଯୁକ୍ତ କ୍ରିୟା
[D] ସକର୍ମକ କ୍ରିୟା
Q.14: ବାକ୍ୟରେ ସର୍ବନିମ୍ନ ଦୁଇଟି ମୁଖ୍ୟ ଅଂଶ ଗୋଟିଏ କର୍ତ୍ତା ହେଲେ ଅନ୍ୟଟି କ’ଣ ?
[A] କର୍ମ
[B] କରଣ
[C] କ୍ରିୟା
[D] ସମାପିକା କ୍ରିୟା
Q.15: ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପୂର୍ବରୁ ବ୍ୟବହୃତ ହୁଏ ତାକୁ କ’ଣ କହନ୍ତି ?
[A] ବିଶେଷ୍ୟର ବିଶେଷଣ
[B] ବିଧେୟ ବିଶେଷଣ
[C] ସାର୍ବନାମିକ ବିଶେଷଣ
[D] ବିଶେଷଣର ବିଶେଷଣ
Q.16: ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପରେ ବ୍ୟବହୃତ ହୁଏ ତାକୁ କ’ଣ କହନ୍ତି ?
[A] ବିଶେଷଣର ବିଶେଷଣ
[B] ବିଧେୟ ବିଶେଷଣ
[C] ବିଶେଷ୍ୟର ବିଶେଷଣ
[D] ସାର୍ବନାମିକ ବିଶେଷଣ
Q.17: ଯେଉଁ କ୍ରିୟାର କର୍ମ ନଥାଏ ତାକୁ କି କ୍ରିୟା କହନ୍ତି ?
[A] ସକର୍ମକ କ୍ରିୟା
[B] ଅକର୍ମକ କ୍ରିୟା
[C] ଦ୍ବିକର୍ମକ କ୍ରିୟା
[D] କର୍ମଯୁକ୍ତ କ୍ରିୟା
Q.18: ସେ ପଢିବ ରେଖାଙ୍କିତ ପଦରେ ଥିବା ଧାତୁଟି କିଏ ?
[A] ପଢ଼
[B] ପଠ
[C] ପଢ଼ିବ୍
[D] କେଉଁଟି ନୁହେଁ
Q.19:ସେ ଭାତ ଖାଇବ ରେଖାଙ୍କିତ ପଦଟି କେଉଁ କାଳର ?
[A] ବର୍ତ୍ତମାନ
[B] ଅତୀତ
[C] ଭବିଷ୍ୟତ
[D] କେଉଁଟି ନୁହେଁ
Q.20: ନିମ୍ନୋକ୍ତ କ୍ରିୟା ମଧ୍ୟରୁ ନାମଧାତୁ କ୍ରିୟାଟି କିଏ ?
[A] ବାଡ଼େଇବା
[B] ପଢ଼େଇବା
[C] ବଢ଼େଇବା
[D] ବଢ଼ିବା
Q.21: ପଣ୍ଡିତ ମହାଶୟ ଛାତ୍ରଙ୍କୁ ବ୍ୟାକରଣ ପଢ଼ାଉଛନ୍ତି – ରେଖାଙ୍କିତ ପଦଟି କି କର୍ମ ?
[A] ଗୌଣ କର୍ମ
[B] ମୁଖ୍ୟ କର୍ମ
[C] ଅନ୍ୟପଷିତ କର୍ମ
[D] କେଉଁଟି ନୁହେଁ
Q.22: ଠିକ୍ ଶବ୍ଦ କେଉଁଟି ?
[A] ଧନି
[B] ଧନୀକ
[C] ଧନିକ
[D] ଧନମାନ୍
Q.23: ପଠନୀୟ ଶବ୍ଦ ଗଠନରେ କେଉଁଟି ଠିକ୍ ?
[A] ପଠ + ନୀୟ
[B] ପଠନ+ଈୟ
[C] ପତ୍+ଅନୀୟ
[D] ପଠ + ଅନୀୟ
Q.24: କେଉଁଟି ଅନ୍ୟ ୩ଟିରୁ ଅଲଗା ?
[A] କାନ୍ଦିବା
[B] ଶୋଇବା
[C] ହସିବା
[D] ଖାଇବା
Q.25: ଏକ ବା ଏକାଧିକ ଅକ୍ଷର ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ, ତାକୁ କ’ଣ କହନ୍ତି ?
[A] ପଦ
[B] ଶବ୍ଦ
[C] ବାକ୍ୟ
[D] ଧ୍ବନି
Q.26: ଗୋଟିଏ ଉକ୍ତି ବା ବାକ୍ୟର ପ୍ରତ୍ୟେକ ଅଂଶକୁ କ’ଣ କହନ୍ତି?
[A] ପଦ
[B] ଶବ୍ଦ
[C] ବାକ୍ୟ
[D] ଧ୍ବନି
Q.27: ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ତାକୁ କ’ଣ କହନ୍ତି ?
[A] ବାକ୍ୟ
[B] ବାକ୍ୟାଶ
[C] ପଦ
[D] ପଦାନ୍ସ
Q.28: ପଦ ପଦ ମଧ୍ୟରେ କେଉଁ ତବ୍ଧ ରହିଲେ ବାକ୍ୟ ବୁଝି ହୁଏ ?
[A] ଅର୍ଥ ତବ୍ଧ
[B] ଧ୍ବନିତତ୍ତ୍ବ
[C] ସମ୍ବନ୍ଧ ତର୍
[D] କେଉଁଟି ନୁହେଁ
Q.29:କୌଣସି ବିବୃତି, ପ୍ରଶ୍ନ, ବିସ୍ମୟ କିନା ଅନୁଜ୍ଞା ଭାବକୁ ପ୍ରକାଶ କରି ସ୍ୱାଧୀନ ଭାବରେ ବ୍ୟବହୃତ ସଜୀକୃତ ଶବ୍ଦ ସମୁହକୁ କ’ଣ କହନ୍ତି ?
[A] ବାକ୍ୟ
[B] ଖଣ୍ଡବାକ୍ୟ
[C] ବାକ୍ୟାଶ
[D] କେଉଁଟି ନୁହେଁ
Q.30: ଯାହାଦ୍ୱାରା ମନର ଭାବ ସଂପୂର୍ଣ୍ଣ ରୂପେ ପ୍ରକାଶିତ ହୁଏ, ତାକୁ କ’ଣ କହନ୍ତି ?
[A] ପଦ
[B] ଶବ୍ଦ
[C] ବାକ୍ୟାଶ
[D] ବାକ୍ୟ
Q.31: ଗୋଟିଏ ଶବ୍ଦ ମନରେ ଚିନ୍ତାକଲେ କିମ୍ବା କଳନା କଲେ କିମ୍ବା ପ୍ରକାଶ କଲେ ମନରେ କେଉଁ ଚିତ୍ର ଅଙ୍କିତ ହୁଏ ?
[A] ଅର୍ଥ ସମ୍ବନ୍ଧିତ ଚିତ୍ର
[B] ରଙ୍ଗୀନ ଚିତ୍ର
[C] ଅନୁରୂପ ଚିତ୍ର
[D] ରେଖାଚିତ୍ର
Q.32: ଗୋଟିଏ ବାକ୍ୟ ବା ଭକ୍ତିର ପ୍ରତ୍ୟେକ ଅଂଶକୁ କ’ଣ କୁହାଯାଏ ?
[A] ବାକ୍ୟ
[B] ଶବ୍ଦ
[C] ପଦ
[D] ପଦ୍ୟାଶ
Q.33: ବାକ୍ୟ ବା ଉକ୍ତି ର ବ୍ୟାକରଣିକ ବି ଭାଗକୁ କ’ଣ କୁହାଯାଏ ?
[A] ପଦାମ୍ବୟ
[B] ପଦପ୍ରକରଣ
[C] ବାକ୍ୟ ସଂଯୋଜକ
[D] ବାକ୍ୟ ବିନ୍ୟାସ
Q.34: ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ଜାତି, ବସ୍ତୁ, ଗୁଣ ବା କ୍ରିୟାର ନାମକୁ ବୁଝାଏ ତାକୁ କ’ଣ କହନ୍ତି ?
[A] ବସ୍ତୁ
[B] ବ୍ୟକ୍ତି
[C] ବିଶେଷ୍ୟ
[D] ବିଶେଷଣ